Sorry, you need to enable JavaScript to visit this website.
Skip to main content

ଚନ୍ଦ୍ର ଶେଖର ବେହେରା

ଚନ୍ଦ୍ର ଶେଖର ବେହେରା

ସମ୍ବଲପୁରର ଚନ୍ଦ୍ର ଶେଖର ବେହେରା ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ତଥା ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣକାରୀ ଥିଲେ। ସେ ସମ୍ବଲପୁର ଅଞ୍ଚଳରେ ଜାତୀୟ ସ୍ୱାଧୀନତା ଆନ୍ଦୋଳନକୁ ଦୃଢ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସରେ ନିଜକୁ ସଂଶ୍ଳିଷ୍ଟ କରିଥିଲେ । ସେ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ-ବିଦ୍ୟାଳୟରେ ଆରମ୍ଭ ହୋଇଥିବା ନ୍ୟାସନାଲ ସ୍କୁଲ ଅଫ୍ ସମ୍ବଲପୁରର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସମ୍ବଲପୁର ନଗରପାଳିକାର ଚେୟାରମ୍ୟାନ୍ ଥିଲାବେଳେ ୧୯୨୮ ମସିହାରେ ସମ୍ବଲପୁରରେ ଗାନ୍ଧୀଜୀଙ୍କୁ ଭେଟିଥିଲେ। ସେ ନିରକ୍ଷରତା ଏବଂ ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ଜନ ଆନ୍ଦୋଳନର ଆୟୋଜନ କରିଥିଲେ |