Skip to main content

ଶ୍ରୀ ନୀଳମଣି ରାଉତରାୟ

ଶ୍ରୀ ନୀଳମଣି ରାଉତରାୟ

ବାଲେଶ୍ୱର ଜିଲ୍ଲାର ମୁକୁନ୍ଦପୁରରେ ଶ୍ରୀ ନୀଳମଣି ରାଉତରାୟ ଜନ୍ମ ଗ୍ରହଣ କରିଥିଲେ । ସେ କଳା ଏବଂ ଆଇନ ବିଭାଗରେ ସ୍ନାତକ ଲାଭ କରିଥିଲେ । କଲିକତାର ଓଡିଆ ସମାଜ ସଚିବ ଥିଲେ। ସେ ୧୯୭୭ ରୁ ୧୯୮୦ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୮୯ ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୬୭ ରୁ ୧୯୭୦ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ଓଡିଶା ରାଜ୍ୟ ଶାଖାର ସଭାପତି ଥିଲେ। ପରେ ସେ ଉତ୍କଳ କଂଗ୍ରେସରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ଦଳକୁ ଯାଇ ଏହାର ରାଜ୍ୟ ଶାଖାର ସଭାପତି ହୋଇଥିଲେ।